ପରିବେଶ ଅନୁକୂଳ ଗୋବରରେ ତିଆରି ଗଣେଶ ମୂର୍ତ୍ତି । ୫୦ ରୁ ୫୦୦୦ ଟଙ୍କା ଦର

ଚଳିତ ବର୍ଷ ଗୋବରରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି ସାରିକା ଜୈନ । ଗୋବରରେ ସୁନ୍ଦର ସୁନ୍ଦର ଗଣେଶ ମୂର୍ତ୍ତି ତିଆରି କରି ବିକ୍ରି କରୁଛନ୍ତି ସାରିକା । ଏକ ପ୍ରାଚୀନ ପରମ୍ପରାକୁ ସେ ଆଧୁନିକ ବ୍ୟବସାୟରେ ପରିଣତ କରିଛନ୍ତି ।୩ ରୁ ୧୨ ଇଞ୍ଚ ପର୍ଯ୍ୟନ୍ତ ଗୋବରରେ ଗଣେଶ ତିଆରି କରିଥିବା ବେଳେ ଏହାର ଦାମ ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସନାତନ ଧର୍ମରେ ଗୋବରର ଅଧିକ ମହତ୍ତ୍ଵ ଥିବାରୁ ଲୋକେ ଏହାକୁ ନେବାକୁ ଅଧିକ ପସନ୍ଦ କରୁଛନ୍ତି। ଏହି ଜିନିଷ ଗୁଡ଼ିକ ବଡ଼ ଦେଖାଯାଉଥିଲେ ମଧ୍ୟ ଓଜନ କମ । ତେଣୁ ଲୋକମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ପରିବେଶ ପାଇଁ ସକରାତ୍ମକ ଅଟେ ।ଗୋବରରେ ଖାଲି ମୂର୍ତ୍ତି ନୁହଁ ବରଂ ଅନେକ ଘର କରଣା ଓ ପୂଜା ସାମଗ୍ରୀ ମଧ୍ୟ ତିଆରି କରୁଛନ୍ତି । ଯେମିତି ଧୂପ ଦାନୀ, ଠାକୁରଙ୍କ ଖଟୁଲି ଓ ଦୀପ । ଗତ ୪ ବର୍ଷ ହେଲା ସେ ଦେଶୀ ଗାଈ ଗୋବରରେ ବିଭିନ୍ନ ପ୍ରକାରର ସାମଗ୍ରୀ ସେ ତାଙ୍କ ବ୍ରାଣ୍ଡ ‘ଗୋ ଧାମ’ ଅଧୀନରେ ତିଆରି କରୁଛନ୍ତି । କୋଭିଡ-୧୯ ସମୟରୁ ସେ ଗୋବରରୁ ବିଭ ଆରମ୍ଭ କରିଛନ୍ତି । ଗଣେଶ ମୂର୍ତ୍ତି ପୂଜା କରିବା ପରେ ଏହାକୁ ବିସର୍ଜନ କରିବାକୁ ପଡ଼ିନାହିଁ । ଗଛ ତଳେ କିମ୍ବା ଘରେ ରଖିଲେ ମଧ୍ୟ ଏହା କୌଣସି ଉପାୟରେ ପ୍ରଦୂଷଣ କରିବ ନାହିଁ ବରଂ ପ୍ରକୃତି ସହ ମିଶିଯିବ । ବର୍ତ୍ତମାନ ସମୟରେ କେମିକାଲ ମାଧ୍ୟମରେ ବିଭିନ୍ନ ମୂର୍ତ୍ତି ପ୍ରସ୍ତୁତ କରାଯାଉଛି ଯାହା ଫଳରେ ପରିବେଶ ଦୂଷିତ ହେବା ସହିତ ବିସର୍ଜନ ସମୟରେ ମଧ୍ୟ ଜଳ ପ୍ରଦୂଷଣ ହେଉଛି ।ଗୋବରରେ ମୂର୍ତ୍ତି ତିଆରି କରିବା ପାଇଁ ରାଜ୍ୟର ବିଭିନ୍ନ ଗୋଶାଳରୁ ଗୋବର ସଂଗ୍ରହ କରିଥାନ୍ତି । ଗାଁ ଗାଁ ବୁଲି ଗାଈ ମାଲିକଙ୍କ ସହ କଥା ହୋଇ ଗୋବର କିଣିଥାନ୍ତି । ସେମାନେ ପ୍ରଥମେ ଓଦା ଗୋବରକୁ ଶୁଖାଇ ଏହାକୁ ପାଉଡର କରି ଦିଅନ୍ତି । ପରେ ତାକୁ ସାରିକା କିଣିଥାନ୍ତି । ଏଥି ପାଇଁ ସେ ଗାଁ ଲୋକଙ୍କୁ ଓ ଗାଈଙ୍କୁ ଖାଇବା ପାଇଁ ଟଙ୍କା ଦେଇଥାନ୍ତି ।

ଅଧିକ ପଢନ୍ତୁ