ବିରାଜମାନ ହେଲେ ଅଗ୍ରପୂଜ୍ୟ ଭଗବାନ ଗଣେଶ

ବିରାଜମାନ ହେଲେ ଅଗ୍ରପୂଜ୍ୟ ଭଗବାନ ଗଣେଶ । ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ରୁ ସହର ଯାଏ ସବୁଠି ଉତ୍ସବମୁଖର । ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ଖଡ଼ି ଛୁଇଁଥାନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ରାଜଧାନୀରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳନ ହେଉଛି । ବଡ଼ଗଡ, ନୟାପଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଧୁମଧାମରେ ପୂଜା ହେଉଛି। ସେହିପରି ଓଡିଶା ପ୍ରସିଦ୍ଧ ଜଟଣୀରେ ମଧ୍ୟ ଏଥର ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା । ଭାରତୀୟମାନଙ୍କ ପାଇଁ ଗଣେଶ ଚତୁର୍ଥୀ ପର୍ବର ମହତ୍ତ୍ୱ ରହିଛି । ଏହି ପର୍ବ ମହା ଆଡମ୍ବର ସହିତ ପାଳନ କରାଯାଏ । ଲୋକମାନେ ପରସ୍ପରକୁ ଭେଟନ୍ତି, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସି ଉପଭୋଗ କରନ୍ତି ଏବଂ ଭଗବାନ ଗଣେଶଙ୍କୁ ପୂଜା କରନ୍ତି। ଉତ୍ସବ ଶେଷରେ ଗଣେଶ ମୂର୍ତ୍ତିଗୁଡ଼ିକୁ ସାର୍ବଜନୀନ ଜଳାଶୟରେ ବିସର୍ଜନ କରାଯାଏ। ଗଣେଶ ଚତୁର୍ଥୀର ମହତ୍ତ୍ୱ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ବିଶ୍ୱାସ ସହିତ ଜଡିତ। ଏହି ପର୍ବ ଭଗବାନ ଗଣେଶଙ୍କୁ ପୂଜା କରିବାର ସୁଯୋଗ ପ୍ରଦାନ କରେ। ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏବଂ ସମାଜରେ ଏକତା ଏବଂ ପ୍ରେମର ଭାବନା ପ୍ରତିଷ୍ଠା କରେ ।

ଅଧିକ ପଢନ୍ତୁ

Odisha Darpan Digital