ଦିନେ କ୍ରିକେଟରେ ଚକ୍କା ଚଉକା ମାରୁଥିବା କ୍ରିକେଟରେ ଶେଷରେ ରାଜନୀତିରେ ହୋଇଗଲେ କ୍ଲିନ୍ ବୋଲ୍ଡ । ୯ ଦିନ ପରେ ପଲିଟିକ୍ସ ଛାଡିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ୱାତି ରାୟୁଡୁ । ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନେଇ ରାୟୁଡ଼ୁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି, ‘ମୁଁ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କିଛି ଦିନ ଯାଏ ରାଜନୀତିରୁ ଦୂରରେ ରହିବାକୁ ଚାହୁଁଛି। ଆଗାମୀ ଦିନରେ କିଛି ନୂଆ କଲେ ଅପ୍ଡେଟ୍ ଦେବି। ’ ତେବେ ସେ ୨୮ ଡିସେମ୍ବର ୨୦୨୩ରେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ YSRCP ଦଳରେ ସାମିଲେ ହୋଇଥିଲେ । ଜଗନ୍ ମୋହନ ରେଡ୍ଡୀଙ୍କ ସହ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ନାରାୟଣ ସ୍ୱାମୀ ଏବଂ ସାଂସଦ ପେଡିରେଡି ମିଥୁନ ରେଡ୍ଡୀ ପୂର୍ବତନ କ୍ରିକେଟରଙ୍କୁ ଦଳରେ ସ୍ୱାଗତ କରିଥିଲେ ।