କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ କୃପା ଆପଣମାନଙ୍କ ଉପରେ ବର୍ଷୁ ଥାଉ ବୋଲି କହିଛନ୍ତି ନବୀନ । ଏହାସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇଫେରିବା ପରେ ପ୍ରଥମ ଭିଡିଓ ବାର୍ତ୍ତାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।
