ନୂଆଁଖାଇ ଭେଟ୍‌ଘାଟ, ଶୈଳଶ୍ରୀ ପ୍ୟାଲେସରେ ଏକାଠି ଭୋଜନ କଲେ ରାଜ ପରିବାର ସଦସ୍ୟ

ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ। ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି କରାଯାଇଛି । ନବାନ୍ନ ଲାଗି ସମୟରେ ମାଆଙ୍କୁ ନୂଆ ଧାନରେ ଅନ୍ନ ଲାଗି କରାଯିବା ସହ ମହାଆଳତି ମଧ୍ୟ କରାଯାଇଥିଲା । ତେବେ ବଲାଙ୍ଗୀରରେ ଥିବା ରାଜ ପରିବାରରେ ବି ଦେଖିବାକୁ ମିଳିଥିଲା ନୁଆଁଖାଇର ମାହୋଲ । ରାଜକୀୟ ଢଙ୍ଗରେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ନୁଆ ଖାଇଛନ୍ତି ରାଜପରିବାର। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ତାଙ୍କ ସ୍ତ୍ରୀ ସଂଗୀତା ସିଂହଦେଓ, ଭାଇ କଳିକେଶ ସିଂହଦେଓ ଓ ଭାଇ ବୋହୂ ମେଘନା ରାଣା ଏକାଠି ଖାଇଛନ୍ତି ନୁଆଁ । ସକାଳୁ ପ୍ୟାଲେସରେ ରାଜ ପୁରୋହିତ ମହାରାଜାଙ୍କ ଇଷ୍ଟ ଦେବା ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ନବାନ୍ନ ଲାଗି କରିଥିଲେ !ପରେ ପ୍ୟାଲେସ ମଧ୍ୟ ଭାଗରେ ଥିବା ମଣ୍ଡପରେ ବସି ସମସ୍ତେ ଏକାଠି ନବାନ୍ନ ଖାଇ ପରେ ତିଆରି ହୋଇଥିବା ନାନା ବ୍ୟଞ୍ଜନ ରୁପା ପାତ୍ରରେ ଖାଇଥିଲେ । ଯାହା ପୁର୍ବରୁ ପରମ୍ପରା ରହି ଆସିଛି ।

ଅଧିକ ପଢନ୍ତୁ

Odisha Darpan Digital