ଜନ୍ମକଲା ମା’କୁ ଛାଡ଼ିଲାନି ପୁଅ। ହାଣି ଖଣ୍ଡ ଖଣ୍ଡ କରି କାଟିଦେଲା। ଏତିକିରେ ମନ ଶାନ୍ତି ହେଲାନି, ମା’ର କଟା ଖଣ୍ଡ ପାଖରେ ବସି ଗୀତ ଗାଇଲା ଅଲାଜୁକ ପୁଅ।ଛତିଶଗଡ଼ର ଜଶପୁରରେ ଠିକ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଯେଉଁ ମାଆ ତା ପୁଅକୁ ନଅ ମାସ ଧରି ଗର୍ଭଯନ୍ତ୍ରଣା ସହି ଜନ୍ମ କରିଥିଲା ପୁଣି ତାକୁ କୋଳେଇ ଧରି ବଡ଼ କରିଥିଲା । କିଛି ମିନିଟରେ ସେହି ପୁଅ ମାରଣାସ୍ତ୍ରରେ ଖଣ୍ଡ ଖଣ୍ଡ କରି କାଟି ଦେଲା । ଯେଉଁ ମାଆ ତା ପୁଅ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେବାକୁ ପ୍ରସ୍ତୁତ ଥିଲା, ସେ ତା ପୁଅ ଜୀବନର ବଡ଼ ଶତ୍ରୁ ହୋଇଗଲା ।ମୃତକଙ୍କ ନାମ ଗୁଲା ବାଇ, ବଡ଼ ଆଶ୍ଚର୍ଯ୍ୟ କଥା କି ଅଭିଯୁକ୍ତ ନିଜେ ତାଙ୍କ ପୁଅ। ଅଭିଯୁକ୍ତ ପୁଅ ଜିତ ରାମ ଯାଦବ ବୋଲି କୁହାଯାଉଛି। ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି। ହତ୍ୟାର କାରଣ ତଦନ୍ତ କରାଯାଉଛି।ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଘଟଣା ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଘରେ ଉପସ୍ଥିତ ଥିଲେ, ଯେଉଁମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ପଡ଼ୋଶୀଙ୍କ କହିବା ଅନୁଯାୟୀ, ଜିତରାମ କେରଳରେ କାମ କରୁଥିଲେ । ସେହି ସମୟରେ ତାଙ୍କର ମାନସିକ ଅବସ୍ଥା ଖରାପ ହୋଇଯାଇଥିଲା । ଯେତେବେଳେ ପରିବାର ସଦସ୍ୟମାନେ ଜାଣିବାକୁ ପାଇଲେ ଯେ ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ, ସେମାନେ ଦୁଇ ଦିନ ପୂର୍ବରୁ ତାଙ୍କୁ କୁଙ୍କୁରିକୁ ଆଣିଥିଲେ ।
ଜଶପୁର ଏସଏସପି ଶଶି ମୋହନ ସିଂହ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ଭଲ ନଥିବା ଜଣାପଡୁଛି। ଏହା ମଧ୍ୟ ସମ୍ଭବ ଯେ ସେ କୌଣସି ପ୍ରକାରର ନିଶା ସେବନ କରିଛନ୍ତି । ଏପରି ପରିସ୍ଥିତିରେ ଡାକ୍ତରୀ ପରୀକ୍ଷା ପରେ ହିଁ ନିଶ୍ଚିତ ଭାବରେ କିଛି କହିହେବ ।