ଆଜି ଯୁବ ଓ ଛାତ୍ର ବିଜେଡି ଟିମ୍କୁ ନବୀନ ନିବାସ ଡାକରା ହୋଇଛି। ଛାତ୍ର ସଭାନେତ୍ରୀ ଇପସିତା ସାହୁ, ଯୁବ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ଅଛନ୍ତି। ଯୁବ ଓ ଛାତ୍ର ବିଜେଡିର ପଦାଧିକାରୀଙ୍କୁ ମଧ୍ୟ ନବୀନ ନିବାସ ଡାକରା ହୋଇଛି। ଦେବୀ ତ୍ରିପାଠୀ, ବ୍ୟୋମକେଶ ରାୟ, ଦେବାଶିଷ ଆଚାର୍ଯ୍ୟ, ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଅଛନ୍ତି ।ସରକାରଙ୍କ ବିରୋଧରେ ମାଳମାଳ ପ୍ରସଙ୍ଗ । ଏ ସବୁ ବିଧାନସଭା ଭିତରେ ଉପସ୍ଥାପନ କରି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ସଙ୍ଗଠନକୁ ନୂଆ ରୂପ ଦେବା ସହ ସମସ୍ତଙ୍କୁ ନିଜ ଦାୟିତ୍ବ ନିର୍ବାହ କରିବା ପାଇଁ କ୍ଷମତା ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଛାମୁଆ ସଙ୍ଗଠନ ବିଧାନସଭା ବାହାରେ ପ୍ରସଙ୍ଗଭିତ୍ତିକ ପ୍ରତିବାଦ କରିବେ । ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବଢୁଥିବାରୁ ସଙ୍ଗଠନକୁ ଆଗେଇ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ଆଜି ନବୀନ ନିବାସ ଯାଇ ଯୁବ ଓ ଛାତ୍ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଠାରୁ ଗୁରୁମନ୍ତ୍ର ନେଇଛନ୍ତି ।
