ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟକୁ ସାର ଯୋଗାଣସ୍ଥିତି ତ୍ୱରାନ୍ୱିତ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି । କିନ୍ତୁ ରାଜ୍ୟରେ ସାରର କୃତ୍ରିମ ଅଭାବ ଦର୍ଶାଇ ଚାଷୀ ଭାଇ ଭଉଣୀଙ୍କୁ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଭୟଭୀତ ନ କରିବାକୁ ବିଭାଗ ତରଫରୁ ଅନୁରୋଧ କରାଯାଉଛି ।ଓଡ଼ିଶାରେ ଚାଷୀମାନଙ୍କୁ ସାର ଯୋଗାଣ ସମ୍ପର୍କିତ ସମସ୍ୟାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ୬୨ ଜଣ ଡିଲରଙ୍କ ଲାଇସେନ୍ସକୁ ବାତିଲ କରିବା ସହିତ ୩୦ ଟି ଦୋକାନରେ ସାର ବିକ୍ରୟ ବନ୍ଦ କରିଥିବା ସୂଚନା ମିଳିଛି।
କଳାବଜାର/ଚୋରି/ନକଲି ସାର ବିକ୍ରୟକୁ ରୋକିବା ପାଇଁ, ରାଜ୍ୟ ସରକାର ଜିଲ୍ଲା ଏବଂ ବ୍ଲକସ୍ତରରେ କୃଷି, ରାଜସ୍ୱ ଏବଂ ପୋଲିସ ଅଧିକାରୀମାନଙ୍କୁ ନେଇ ପ୍ରବର୍ତ୍ତନ ଦଳ ଗଠନ କରିଛନ୍ତି । ଯେକୌଣସି ବେଆଇନ କାର୍ଯ୍ୟକଳାପ ପାଇଁ ରାଜ୍ୟ ସାରା ସାର ଖୁଚୁରା ଏବଂ ପାଇକାରୀ ପଏଣ୍ଟଗୁଡ଼ିକର ନିୟମିତ ଅଚାନକ ଯାଞ୍ଚ କରାଯାଉଛି ।
