ସେପ୍ଟେମ୍ବର ଆରମ୍ଭ ହୋଇଗଲାଣି ଏବଂ ଏହା ସହିତ ଦେଶରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୧ ଟଙ୍କା ହ୍ରାସ ପାଇଛି । ଆଜିଠୁ ଏହି ନୂଆ ଦର ଲାଗୁହେବ । କିନ୍ତୁ, ଏହି ହ୍ରାସ କେବଳ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରରେ କରାଯାଇଛି ।
ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮୦ ଟଙ୍କା ହେବ । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୬୩୧.୫୦ ଟଙ୍କା ରହିଛି । ଆଜିଠାରୁ ନୂଆ ସିଲିଣ୍ଡର ଦାମ୍ ସେପ୍ଟେମ୍ବର ୧ ରୁ ଲାଗୁ ହେବ । ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା ।