ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ସହରକୁ ସମ୍ପ୍ରସାରଣ କରାଯିବ ।କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କଟକ ସହିଦ ଭବନ ଠାରେ ସ୍ୱାୟତ୍ତ ଶାସନ ଦିବସର ଉଦ୍ଘାଟନ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେଇ ପ୍ରକାଶ କରିଛନ୍ତି । ବିଶେଷ କରି ସିଡିଏ ଅଞ୍ଚଳ କୁ ସମ୍ପ୍ରସାରଣ କରାଯାଇ ଜନ ବସତି ସ୍ଥାପନ କରାଯିବ। ମହାନଦୀ ରିଭର ଫ୍ରଣ୍ଟ ପାଇଁ 250 କୋଟି ଏବଂ କାଠ ଯୋଡ଼ି ରିଭର ଫ୍ରଣ୍ଟ ଲାଗି 60 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସିଡିଏ ଅଞ୍ଚଳରେ କପଡ଼ା ମଣ୍ଡି ଏବଂ ଚାନ୍ଦୀ ମଣ୍ଡି ନିର୍ମାଣ କରାଯିବ ।
