ବେଙ୍ଗାଲୁରୁରୁ ସାପ କାମୁଡ଼ିରେ ମୃତ୍ୟୁ ନେଇ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୧ ବର୍ଷିୟ ସଫ୍ଟୱେୟାର ଇଞ୍ଜିନିୟରଙ୍କର ମୃତ୍ୟୁ ଏକ ବିଷାକ୍ତ ସାପ କାମୁଡ଼ିବାରେ ମୃତ୍ୟୁ ହୋଇଛି। ମଞ୍ଜୁ ଟିସିଏସ୍ରେ କାର୍ଯ୍ୟରତ ଥିଲେ ଓ ରଙ୍ଗନାଥ ଲେଆଉଟରେ ରହୁଥିଲେ। ପୋଲିସ ଓ ପରିବାର ସୂତ୍ରରୁ ଜଣାପଡ଼ିଛି, ମଞ୍ଜୁ ତାଙ୍କ କ୍ରକ୍ସ ଚପଲ ଘର ବାହାରେ ରଖିଥିଲେ। ନିକଟସ୍ଥ ଦୋକାନରୁ ଜୁସ୍ କିଣିବାକୁ ଯାଇ ଫେରିବା ପରେ ସେ ଚପଲ ପିନ୍ଧିଥିଲେ, କିନ୍ତୁ ତାଙ୍କ ଅନୁପସ୍ଥିତିରେ ଏକ ସାପ ଚପଲ ଭିତରେ ଲୁଚି ରହିଥିଲା।ଯେମିତି ସେ ଚପଲ ପିନ୍ଧିବାକୁ ଚେଷ୍ଟା କଲେ , ସାପ ତାଙ୍କ ଉପରେ ଆକ୍ରମଣ କରି ଥିଲା। ଗୋଟିଏ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇ ଥିଲା।ପ୍ରକାଶଙ୍କ ସହ ପୂର୍ବରୁ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା,ଯେଉଁଥି ପାଇଁ ତାଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହେଉ ନଥିଲା। ଏହି କାରଣରୁ ତାଙ୍କୁ ସାପ କାମୁଡ଼ିବାର ଅନୁଭବ ହେଲା ନାହିଁ। ପରେ ଯେବେ ସେ ଚପଲ ଓହ୍ଲାଇଲେ, ସେତେବେଳେ ପରିବାର ଜଣେ ସଦସ୍ୟଙ୍କୁ ଚପଲ ଭିତରେ ସାପ ନଜର ଆସି ଥିଲା।
ପରିବାରର ସେହି ଲୋକେ ସାପକୁ ବାହାର କଲେ, କିନ୍ତୁ ସେତେବେଳେ ସୁଦ୍ଧା ସାପର ମୃତ୍ୟୁ ହୋଇ ସାରି ଥିଲା। ସମ୍ଭବତଃ କ୍ରାକ୍ସର ଭିତରେ ଶ୍ୱାସରୁଦ୍ଧ ହୋଇ ସାପଟି ଆଉ ବଞ୍ଚି ପାରି ନଥିଲା। ଏହାପରେ ଯେତେବେଳେ ପ୍ରକାଶଙ୍କର ମାଆ ତାଙ୍କୁ ଦେଖିବାକୁ ଗଲେ , ତ ସେ ଶେଯରେ ବେହୋସ ପଡ଼ି ଥିଲେ ,ତାଙ୍କ ମୁହଁରୁ ଫେଣ ବାହାରୁ ଥିଲା। ପ୍ରକାଶଙ୍କ ଗୋଟିଏ ପାଦରୁ ରକ୍ତ ମଧ୍ୟ ବାହାରୁ ଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ ନେଇ ଯାଇଥିଲେ, ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ।