ଛତିଶଗଡ଼ ସୁକମା ପେଣ୍ଟାପାଦରୁ ୩ ମାଓବାଦୀ ଗିରଫ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ଚିନ୍ତାଗୁଫା ଥାନା ପେଣ୍ଟାପାଦ ଗ୍ରାମରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଜିଲ୍ଲା ପୋଲିସ ଓ CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରାଯାଇଛି । ଅନ୍ୟପଟେ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ରବିବାର ଦିନ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ।

ଅଧିକ ପଢନ୍ତୁ

Odisha Darpan Digital