ଭାରତ-ରୁଷିଆ ବନ୍ଧୁତା ଦେଖି ଚିନ୍ତାରେ ଆମେରିକା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ) ସମୟରେ ପୁଟିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ବିଶେଷ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ଆମେରିକା ଅସୁବିଧାରେ ପଡ଼ିଛି। ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭାରତ ରୁଷିଆ ସହିତ ନୁହେଁ, ଆମେରିକା ସହିତ ରହିବା ଉଚିତ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଏବେ ଟାରିଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ କହିଛନ୍ତି, ‘ଭାରତ ଆମେରିକା ସହ ବହୁତ ବ୍ୟବସାୟ କରୁଛି, କିନ୍ତୁ ଆମେରିକା ଭାରତ ସହ କମ୍ ବ୍ୟବସାୟ କରୁଛି । ଅନ୍ୟପ୍ରକାରେ କହିଲେ ଭାରତ ଆମକୁ ଅଧିକ ବିକ୍ରି କରୁଛି, କିନ୍ତୁ ଆମଠାରୁ କମ କିଣୁଛି । ବିଗତ ଅନେକ ଦଶନ୍ଧି ଧରି ଏପରି ଚାଲିଥିଲା । ଭାରତ ଏତେ ଟାରିଫ ଲଗାଉଛି ଯେ ଆମ ସାମଗ୍ରୀ ଭାରତରେ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ଏହାଛଡ଼ା ଭାରତ ଋଷରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଛି, କିନ୍ତୁ ଆମେରିକାଠାରୁ ଏସବୁ ଅଧିକ କିଣୁନାହିଁ । ଏବେ ଭାରତ ଶୁଳ୍କ କମ୍ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏହା ବିଳମ୍ବ ହୋଇଯାଇଛି । ସେମାନଙ୍କୁ ଏସବୁ ଆଗରୁ କରିବାର ଥିଲା ।’

ଅଧିକ ପଢନ୍ତୁ