ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ଆଗକୁ ଘଟିବ କି ବଡ ଅଘଟଣ ?

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ଦୀର୍ଘ ସମୟ ଧରି ଚିଲ ଟି ମନ୍ଦିର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି। ସେପଟେ ଚିଲ ବସିବା ନେଇ ଅନେକ କଳ୍ପନା ଜଳ୍ପନା ଶୁଣିବାକୁ ମିଳିଛି । ସେହିପରି ଗତ କିଛି ମାସ ତଳେ ଅର୍ଥାତ୍ ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଚିଲ ନେଇଯାଇଥିଲା ପତିତପାବନ ବାନା । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି ।ସୂଚନା ଥାଉକି, ମଧ୍ୟାହ୍ନରେ ଏକ ଚିଲ ଶ୍ରୀମନ୍ଦିର ଉପରେ ବୁଲିଥିଲା । କିଛି ସମୟ ବୁଲିବା ପରେ ପତିତପାବନ ବାନା ଉପରେ ବସିଥିଲା । ପ୍ରାୟ ୫ ମିନିଟ ଧରି ବସିବା ପରେ ପୁଣି ଉଡ଼ିଯାଇଥିଲା । ଶ୍ରୀମନ୍ଦିର ସେବାୟତ, ଭକ୍ତ ଏହାକୁ ଦେଖି ଚକିତ ହୋଇପଡିଥିଲେ। ତେବେ ପତିତପାବନ ବାନା ଉପରେ ଶୁଭ କି ଅଶୁଭ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଛି ସେବାୟ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital