ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ। ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।ସୂଚନାଯୋଗ୍ୟ ଯେ, ବୁଧବାର ପରିବାର ସହ ପ୍ରିୟବ୍ରତ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ଗଭୀର ସମୁଦ୍ର ଭିତରୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଏଭଳି ଘଟଣା ଘଟିଥିଲା ।
ତେବେ ଉଦ୍ଧାର ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ।