
ନୟାଗଡ଼, (ଓଡ଼ିଶା ଦର୍ପଣ):ଆଜି ନୟାଗଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନରେ ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧକ୍ଷତା ରେ ନୟାଗଡ ବ୍ଲକ ଓ ଏନଏସି ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଖିଳ ଭାରତ କଂଗ୍ରସ କମିଟି ସାଧାରଣସମ୍ପାଦକ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁ ଯୋଗଦେଇ ରାଜ୍ୟରେ କଂଗ୍ରେସ କୁ କ୍ଷମତା ଫେରାଇ ଆଣିବାପାଇଁ ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଓଡିଶା କଂଗ୍ରେସ ସଂଗଠନ କୁ ଗୁରୁତ୍ୱ ଦେଉଛନ୍ତି l ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଜଣେ ସାଧାରଣ କଂଗ୍ରେସ କାର୍ଯ୍ୟକର୍ତା ସଂଗଠନ ର ସର୍ବୋଚ୍ଚ ପଦବୀ ରେ ବସିପାରିବ, ସଂଗଠନ ସୃଜନ ଅଭିଜନରେ କୌଣସି ନେତା ଙ୍କ ସୁପାରିଶ କାମଦେବ ନାହିଁ l ଯେଉଁ ବ୍ୟକ୍ତି କଂଗ୍ରେସ ଦଳ ପ୍ରତି ଅନୁଗତ୍ୟତା ରଖିଥିବେ, ଛାତ୍ର, ଯୁବ, ମହିଳା ସେବାଦଲ ରେ ଓ କଂଗ୍ରେସ ର ବିଭିନ୍ନ ପାଦପଦବୀରେ କାର୍ଯ୍ୟ କରିଥିବେ ସେ ହିଁ ଜିଲ୍ଲା ସଭାପତି ହେବେ l ଏଥିରେ ସଂଗଠନ ସୃଜନ ଅଭିଯାନ ର ଅଖିଳଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ଦାଦ୍ରା ନଗର ହାବେଳୀ ର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ମହେଶ ଶର୍ମା ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷ ମାଲିକlର୍ଜୁନ ଖଡ଼ଗେ ଓ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତୃଣମୂଳ ସ୍ତରରୁ ସଂଗଠନ କୁ ସୁଦୃଢ କରିବା ସହ ତୃଣମୂଳ କଂଗ୍ରେସ କର୍ମକର୍ତା ଓ କର୍ମିକ ମତାମତରେ ଜିଲ୍ଲା ସଭାପତି ଚୟନ କରିବାପାଇଁ ସରାଭାରତବର୍ଷ ସବୁ ରାଜ୍ୟରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି, ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ନୟାଗଡ ଜିଲ୍ଲା ରେ ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଚଳିବ l ପ୍ରତି ବ୍ଲକ NAC ରେ ଏହି ସଂଗଠନ ସୃଜନ ଅଭିଜନ କାର୍ଯ୍ୟକ୍ରମ ରେ ଜିଲ୍ଲାର ମିଡ଼ିଆ, ଓକିଲ, ବଣିକ ସଂଘ, ଶ୍ରମିକ ସଂଗଠନ, ଗଣ ସଂଗଠନ ର କାର୍ଯ୍ୟ କାର୍ଯ୍ୟକର୍ତା ମାନଙ୍କୁ ଭେଟି ସେମାନଙ୍କ ମତାମତ ଗ୍ରହଣ କରାଯିବ l ଓଡ଼ିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ, ସଂଗ୍ରାମ ମହାନ୍ତି ଉପସ୍ଥିତ ହୋଇ ନୟାଗଡ଼ ବ୍ଲକ ଓ NACରେ କଂଗ୍ରେସ୍ ସଂଗଠନ କିପରି ସୁଦୃଢ ହେବ ଏବଂ ବୁଥ ଲେବୁଲ ରୁ କଂଗ୍ରେସ କର୍ମୀ କଂଗ୍ରେସ୍ ପ୍ରତି ଆକ୍ରୁଷ୍ଟ ହୋଇ ସଂଗଠନ କୁ ଆଗେଇ ନେବେ ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ୍ କିଭଳି ସଫଳ ହେବା ତାହା ତାଙ୍କ ବକ୍ତବ୍ୟ ରେ ଆଲୋକ ପାତ କରିଥିଲେ। ଆଜିର ବୈଠକ ରେ କେନ୍ଦ୍ରୀୟ ନେତା ଙ୍କ ଗହଣରେ ବିଜେପି ପାଟିରୁ ରାଜକିଶୋର ଜେନା ଓ ଗୁରୁବାରୀ ମଣ୍ଡଳ କଂଗ୍ରସ ରେ ବିଧିବଦ୍ଧ ଭାବେ ଯୋଗଦେଲେ ଏଥିରେ ଉପସ୍ଥିତ ଥିଲେ ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସଭାପତି ରଞ୍ଜିତ ଦାଶ,ବରିଷ୍ଟ ନେତା ହୁସେନ ଖାନ, ମନୋଜ ସାହୁ, ବିଭୁ ପ୍ରସାଦ ମିଶ୍ର,ସରୋଜ ପରିଡା, ଲଷ୍ମୀଧର ତ୍ରିପାଠୀ କମଳ ଲୋଚନ ସାହୁ, ଫକୀର ମଲ୍ହ,ବିଶ୍ୱନାଥ ବରାଡ଼ ଉମେଶ ପଟ୍ଟନାୟକ,ସୁକାନ୍ତ ସେନାପତି,ଶିବରଞ୍ଜନ ସାହୁ,ଅମଜାତ ଖାନ,ଦିଲ୍ଲୀପ ବିଶୋଇ, ପୀତବାସ ଖୁଣ୍ଟିଆ,ପ୍ରତିମା ଜେନା ପ୍ରତୀକ ମହାପାତ୍ର, ଶତ୍ରୁଘନ ପାଇକରା, ଅଶୋକ ନାୟକ, ମିର ଆବୁବାକର ସିଦିକି,ପ୍ରକାଶ ନାୟକ,ଅନ୍ତର୍ଯ୍ୟାମୀ ସାହୁ, ଅଭିମନୁ ମହାରଣା,ନକୁଳ ନାୟକ, ପୂର୍ଣ୍ଣ ସାଆନ୍ତ, ଅଜୟ ପ୍ରଧାନ ସରାଫତ ଖାନ୍, ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତି ପ୍ରକାଶ ରାଉତ,ଶାଶ୍ଵତ ରଞ୍ଜନ ପ୍ରଧାନ, ଓମ ପ୍ରଧାନ, ତାନିଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l
