ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା 

ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ୧୪ ମାସ ପରେ ଟି-୨୦ ଅନ୍ତର୍ଜାତୀୟ ଦଳକୁ ଫେରିଛନ୍ତି। ରୋହିତ ପୁଣି ଥରେ ଟି-୨୦ ଦଳର ନେତୃତ୍ଵ ସମ୍ଭାଳିବେ। ଏହି ଦୁଇ ଖେଳାଳି ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।ତେବେ ଆହତ ଜନିତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ରବୀନ୍ଦ୍ର ଜାଡେଜା, କେ.ଏଲ୍‌ ରାହୁଲ ମଧ୍ୟ ଦଳରେ ନାହାନ୍ତି।କିଛି ଦିନ ହେଲା ଚୟନକର୍ତ୍ତା ରୋହିତ ଏବଂ ବିରାଟଙ୍କୁ ଦଳରେ ସୁଯୋଗ ଦେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଏପରିକି ଉଇକେଟ କିପର ଇଶାନ କିଷନଙ୍କ ନାଁ ମଧ୍ୟ ଦଳରେ ନାହିଁ। ସଞ୍ଜୁ ସାମ୍‌ସନ ଓ ଜିତେଶ ଶର୍ମା ଉଇକେଟ ରକ୍ଷକ ଭାବେ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।ଜିତେଶ ଶର୍ମାଙ୍କୁ ଦ୍ଵିତୀୟ ଓ୍ଵିକେଟ୍ କିପର ଭାବେ ଦଳରେ ରଖାଯାଇଛି। ସାମସନ ଭଲ ଫର୍ମରେ ଅଛନ୍ତି ଏବଂ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଶତକୀୟ ଇନିଂସ ଖେଳିଥିଲେ

ଅଧିକ ପଢନ୍ତୁ