ସାଧାରଣତ ଆମେ ଯେତେବେଳେ ୟୁପିଆଇରୁ ଟଙ୍କା ପଠାଉ, ତେବେ ୧ ଲକ୍ଷ ଟଙ୍କାର ସୀମ ରହିଥାଏ। କିନ୍ତୁ ଏବେ ୧୫ ସେପ୍ଟମ୍ବର ୨୦୨୫ ରୁ ଏହି ଲିମିଟ୍ କିଛି ଖାସ୍ ଲେଣଦେଣ ପାଇଁ ବଢିଯାଇଛି। ଏନ୍ପିସିଆଇ ଏହି ପରିବର୍ତ୍ତନ ନେଇ ଘୋଷଣା କରିଛି। ଯାହାଦ୍ବାରା ଟ୍ୟାକ୍ସ ଭରିବା, ବୀମା ପ୍ରିମିୟମ ଦେବା, ଲୋନ୍ ଇଏମ୍ଆଇ ଦେବା, ସେୟାର ବଜାରରେ ନିବେଶ କରିବା ଭଳି ଟ୍ରାଞ୍ଜକସନ୍ରେ ଏବେ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇହେବ।ଏହି ବର୍ଷ ଟିକସ ଦେବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୫। ଏହି କାରଣରୁ, NPCI ଟିକସ ସମ୍ବନ୍ଧୀୟ UPI କାରବାରର ସୀମା ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତି ୨୪ ଘଣ୍ଟା ପାଇଁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଯେଉଁମାନେ UPI ମାଧ୍ୟମରେ ବଡ଼ ପରିମାଣର ଦେୟ ଦେବାକୁ ଚାହାଁନ୍ତି, ଏହା ସେମାନଙ୍କୁ ଲାଭ ଦେବ।ଏହି ପରିବର୍ତ୍ତନ କେବଳ P2M (ପର୍ସନ ଟୁ ମର୍ଚ୍ଚାଣ୍ଟ) ଟ୍ରାଞ୍ଜାକସନ୍ ଉପରେ ଲାଗୁ ହେବ। ଅର୍ଥାତ ଯେତେବେଳେ ଆପଣ ବୀମା କମ୍ପାନୀ, ବ୍ରୋକରେଜ ଫର୍ମ, ଟ୍ୟାକ୍ସ ପୋର୍ଟାଲ କିମ୍ବା ବ୍ୟାଙ୍କ ଆଦିକୁ ଦେଇ ପାରିବେ। ସେଭଳି P2M (ପର୍ସନ ଟୁ ପର୍ସନ)ଟ୍ରାଞ୍ଜାକସନ୍ର ଲିମିଟ୍ ଏବେ ବି ୧ ଲକ୍ଷ ଟଙ୍କା ପ୍ରତିଦିନ ରହିଛି।
