ପାରାଦୀପ ବନ୍ଦରରରେ ଅଘଟଣ । ଏକ ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ

ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରରେ ଏକ ଜାହାଜରୁ  ଦୁଇ ଜଣ କ୍ରିୟୁ ସଦସ୍ୟ ଖସିପଡିଥିବା ସୂଚନା ମିଳିଛି ।  ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ ।  ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ଅଛନ୍ତି । ଜାହାଜ ବର୍ଥ ଛାଡ଼ିବା ପରେ ସିଡ଼ି କାଢୁଥିଲେ ଜାହାଜ କର୍ମଚାରୀ । ଫଳରେ ଅସାବଧାନତା ଯୋଗୁଁ ଖସି ପଡ଼ିଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ