ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା। ଏଣିକି ସମସ୍ତ ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ। ସବୁ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍ ବ୍ୟବହାର ହେବ।ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇଛି । BSNL ବ୍ରଡ୍ବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍, ଲିଜ ଲାଇନ ସେବା ବ୍ୟବହାର ହେବ।ଭାରତ ସଂଚାର ନିଗମ ଲିମିଡେଟ୍ (ବିଏସ୍ଏନ୍ଏଲ୍)ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଏସ୍ଏନ୍ଏଲ୍ ନେଟ୍ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।
