ଗୁରୁଦିବସରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଗୁରୁଦିବସ ଅବସରରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଗୀତାଞ୍ଜଳୀ ସାହୁ ଭୁବନେଶ୍ଵର ଲୋକ ସେବା ସଦନ ଗୃହ ଠାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି।  ଓଡ଼ଗାଁ ବ୍ଲକ ଶିକ୍ଷାଧିକାରିଣୀ ଥିବା ସମୟରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗୁରୁଦିବସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ଵାରା ଶ୍ରୀମତୀ ସାହୁ ସମ୍ବର୍ଦ୍ଧିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ସଚିବ ଶାଳିନୀ ପଣ୍ଡିତଙ୍କ ସମେତ  ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନୟାଗଡ଼ ଜିଲ୍ଲାପାଇଁ ସୁନାମ ଆଣିଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଶ୍ରୀମତୀ ସାହୁଙ୍କୁ ବିଭିନ୍ନ ମହଲରୁ  ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

ଅଧିକ ପଢନ୍ତୁ