ମେଡିକାଲ କ୍ୱାର୍ଟରରୁ ବାହାରିଲା ବିରାଟ ଅଜଗର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କ୍ଵାର୍ଟରରୁ ବାହାରିଲା ୨୦ ଫୁଟର ବିରାଟ ଅଜଗର। ସୂଚନାନୁଯାୟୀ, ଖଲ୍ଲିକୋଟ ମେଡିକାଲର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ଵାର୍ଟରରେ ଥିବା ବେଳେ ସୋମବାର ରାତିରେ ଏକ ବିରାଟ ଅଜଗର ସାପ କ୍ଵାର୍ଟର ପରିସରକୁ ପଶି ଯାଇଥିଲା। ପଦ୍ମନାଭ ସାପକୁ ଦେଖି ଭୟଭୀତ ହୋଇ ଘରେ କବାଟ ବନ୍ଦ କରି ରହିଥିଲେ। ସାପଟି ବାହାର ପଟୁ କବାଟକୁ ଲାଗି ଶୋଇ ରହିଥିଲା। ଏନେଇ ଖବର ପାଇବା ପରେ ବନ ବିଭାଗର ୪ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରିଥିଲେ। ଅଜଗର ସାପଟିର ଲମ୍ଵ ୨୦ ଫୁଟ ହୋଇଥିବା ବେଳେ ଏହା ୪୦ କିଲୋ ଓଜନର ହେବ ବୋଲି ବନ କର୍ମଚାରୀ କହିଛନ୍ତି।

ଅଧିକ ପଢନ୍ତୁ