ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ । ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଠାରୁ ବୃଦ୍ଧି ପାଇଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ୬୭୩ ଟି ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାକୁ ଆସିଛନ୍ତି । ଚଳିତବର୍ଷ ୧୪ଶହ ୯ଟି ଗଛରେ ୨୭ ହଜାର୬୪୬ଟି ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି । ୩ ଦିନ ଧରି ଚାଲିଥିଲା ଗଣନା । ୩ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଥିଲେ। କିନ୍ତୁ ପୂର୍ବ ବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିଲା । ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀ ଗୁଡିକ ମଧ୍ୟରେ ଗେଣ୍ଡାଳିଆ , ରାଣୀବଗ, ମଝିଆବଗ, ଛୋଟବଗ , ଖଇରାବଗ, ମାଟିଆବଗ, ପାଣିକୁଆ, ଅନ୍ଧାରିଆବଗ , କାପରଖାଇ, ଦା ବେଂଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।
