ଆଇସିସି ଟି୨୦ ବିଶ୍ବକପକୁ ନେଇ ନେଇ ବଡ଼ ଖବର ଆସିଛି । ପୁରୁଷ ଟି୨୦ ବିଶ୍ବକପର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ । ଏହି ବିଶ୍ବକପରେ ୨୦ଟି ଦଳ ଖେଳିବେ । ଏହି ବିଶ୍ବକପ୍ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି । ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମରେ ଏହି ବିଶ୍ବକପର ସମସ୍ତ ୫୫ଟି ମ୍ୟାଚ୍ ଖେଳାଯିବ ।ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମରେ ଏହି ବିଶ୍ବକପର ସମସ୍ତ ୫୫ଟି ମ୍ୟାଚ୍ ଖେଳାଯିବ ।
ମାର୍ଚ୍ଚ ୮ରେ ଏହି ବିଶ୍ବକପର ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର କରାଯାଇଛି । ତେବେ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ, ତେବେ କଲମ୍ବୋରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତଥାପି ଫାଇନାଲକୁ ନେଇ ଦ୍ବନ୍ଦ୍ବ ରହିଛି ।ଯେଉଁ ୨୦ଟିମ୍ ଭାଗ ନେବେ ସେମାନଙ୍କ ମଧ୍ୟରୁ ୧୫ଟି ଟିମ୍ ଚୟନ ହୋଇସାରିଛି । ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟରଲାଣ୍ଡ, କାନାଡା, ନେଦରଲାଣ୍ଡ, ଇଟାଲୀ ଟିମ୍ ସାମିଲ । ବାକି ଥିବା ଅନ୍ୟ ୫ଟି ଟିମ ମଧ୍ୟରୁଦୁଇଟି ଦକ୍ଷିଣ ଆଫ୍ରିକା କ୍ବାଲିଫାର ଏବଂ ୩ଟି ଏସିଆ କିମ୍ବା ପୂର୍ବ ଏସିଆ ପ୍ରଶାନ୍ତ କ୍ବାଲିଫାୟରରୁ ଆସିବେ ।