ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଛି। ସୂଚନାମୁତାବକ ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବଡ଼ କଥା କହିଥିଲେ । ଆଗକୁ ଯଦି ଠିକଭାବେ ନଚାଲେ ତେବେ ମୁଁ ଦଳଠୁ ଦୂରେଇ ଯିବି ।ଏହାଛଡ଼ା ସେ କହିଥିଲେ ଯେ ମୁଁ ଏବେ ବିଜେଡିରେ ଅଛି । ତେବେ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଥିଲେ । ତେବେ ଏଭଳି ମନ୍ତବ୍ୟ ପାଇଁ ବିଜେଡି ଦଳରୁ ନିଲମ୍ବନ କରିଛି |
