ଯାଜପୁର ଜିଲ୍ଲା ବୈରୀ ଥାନା ପଞ୍ଚାୟତର ସୌମ୍ୟ ରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟିଉସନ୍ କରନ୍ତି । ତେବେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଅସଦାଚରଣ କରିଥିଲେ । ଯାହାକୁ ନେଇ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ପକ୍ଷରୁ ବଇରୀ ଥାନାରେ ସାର୍ଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ବଇରୀ ଥାନା ପୁଲିସ ତଦନ୍ତ କରି ଟିଉସନ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
