ଆସନ୍ତା ୧୭ରେ ସକାଳୁଆ ସ୍କୁଲ

ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲରେ‘ଏକ୍‌ ପେଡ୍‌ ମା’କେ ନାମ’ ପର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ହେବ । ଏହି ଦିନ ସ୍କୁଲ ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।ଏଥିରେ ସମସ୍ତ ଛାତ୍ରଛାତ୍ରୀ ସାମିଲ ହେବେ। ରାଜ୍ୟର ୨ ଲକ୍ଷ ଶିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ୪୦ ହଜାର ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀ ଚାରା ରୋପଣ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦିଗ୍‌ଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।ସେହି ଦିନ ସମସ୍ତ ପିଲା ଯେପରି ମଧ୍ୟାହ୍ନଭୋଜନ କରନ୍ତି ତାକୁ ସୁନିଶ୍ଚିତ କରାଯିବ । ଏଥିସହ ପାଠପଢ଼ା ମଧ୍ୟ ହେବ । ସେହିପରି ବିଭିନ୍ନ ପ୍ରତିଯୋଗିତା କରାଯାଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବ ।

ଅଧିକ ପଢନ୍ତୁ