ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ନୟାଗଡ଼ ଜିଲ୍ଲାକୁ ୩ ସ୍ବର୍ଣ୍ଣ ପଦକ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଭିନନ୍ଦନ

ନୟାଗଡ଼,(ଓଡ଼ିଶା ଦର୍ପଣ):  ଚଳିତ ସେପ୍ଟେମ୍ବର ମାସ ୧୦ ତାରିଖ ରୁ ୧୨ ତାରିଖ ମଧ୍ୟରେ ୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡ ଏବଂ ଉସୁ ପ୍ରତିଯୋଗୀତା ୨୦୨୫-୨୬ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫ ଜଣ ଖେଳାଳି ଏବଂ ଦୁଇଜଣ ଅଫିସିଆଲ୍ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସ୍ବର୍ଣ୍ଣ ପଦକ, ଜଣେ କାଂସ୍ୟ ଏବଂ ଅନ୍ୟ ଜଣେ ରୌପ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।  ସେମାନେ ହେଲେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ର ଛାତ୍ର ସାଇ ପ୍ରସାଦ ଜଗତସିଂ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ସ୍ବର୍ଣ୍ଣ ପଦକ ଏବଂ ପ୍ରିୟାଶୁଂ ପାଲ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ସ୍ବର୍ଣ୍ଣ ପଦକ ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର, ନୂଆ ରାଜବାଟି, ନୟାଗଡ଼ର ଛାତ୍ର ଶୁଭେନ୍ଦୁ ରଞ୍ଜନ ପୃଷ୍ଟି ସ୍ବର୍ଣ୍ଣ ପଦକ ଏବଂ ବଜେନ୍ଦ୍ର ଉଚ୍ଚ ସରକାରୀ ବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ବିଶ୍ବାଳ କାଂସ୍ୟ ପଦକ ଟାଇକୋଣ୍ଡ ପ୍ରତିଯୋଗିତାରେ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ନୋତର , ନୟାଗଡ଼ର ଛାତ୍ର ଆଦିତ୍ୟ କୁମାର ସାହୁ ୧୭ ବର୍ଷରୁ କମ୍ ଉସୁ ବାଳକ ବିଭାଗରେ ରୈପ୍ୟ ପଦକ, ଏହି ପରି ୩ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଅର୍ଜନ କରି ନୟାଗଡ଼ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି।ଉପରୋକ୍ତ ସ୍ବର୍ଣ୍ଣ ପଦକ ବିଜେତା ମାନେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ଏହି ବିରଳ କୃତିତ୍ୱ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଅନିଲ କୁମାର ଦାଶ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି। ୧୪ ବର୍ଷରୁ କମ୍ ବାଳକ ବିଭାଗର ପ୍ରତିଯୋଗିତା ନାଗାଲାଣ୍ଡର କୋହିମା ଠାରେ ଏବଂ ୧୭ ବର୍ଷରୁ କମ୍ ବାଳକ ବିଭାଗର ଅରୁଣାଚଳ ପ୍ରଦେଶର ଇଟାନଗର ଠାରେ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ। ଏଠାରେ ସୂଚନା ଥାଉକି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଦଳ ସହିତ ଖେଳ ଶିକ୍ଷକ ତଥା ଟାଇକୋଣ୍ଡ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ମ୍ୟାନେଜର ଭାବେ ଏବଂ ଶିକ୍ଷୟତ୍ରୀ ଗିତା ସାହୁଙ୍କୁ କୋଚ ଭାବରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଦାୟିତ୍ଵ ଦିଆଯାଇଥିଲ ।By:-Laxmidhar Sahoo

ଅଧିକ ପଢନ୍ତୁ

Odisha Darpan Digital