ପିଏମ୍‌ କିସାନ : ଏହି ଦିନ ମିଳିବ ୨୧ତମ କିସ୍ତି

ପିଏମ କିସାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ ଖବର । ସିଏମ କିସାନ ହିତାଧିକାରୀ KYC ଅପଡେଟ କରି ପିଏମ କିସାନରେ ସାମିଲ ହୋଇପାରିବେ । ଏବେ ସିଏମ କିସାନର ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ କିସାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ଆହୁରି ଅଧିକ ଚାଷୀଙ୍କୁ ଏହି ଯୋଜନାରେ ଯୋଡ଼ିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ । ଏହି ଯୋଜନାରେ ଦେଶର କୋଟି କୋଟି ଚାଷୀ ବାର୍ଷିକ ୬ ହଜାର ଟଙ୍କାର ସହାୟତା ପାଇପାରୁଛନ୍ତି । ଏହି ସହାୟତା ରାଶିକୁ ୨-୨ ହଜାର ଟଙ୍କାର ତିନୋଟି କିସ୍ତିରେ ଦିଆଯାଏ । ବର୍ତ୍ତମାନ ସୁଦ୍ଧା ମୋଟ ୨୦ଟି କିସ୍ତି ପାଇ ସାରିଛନ୍ତି ଚାଷୀ । ଏଥର ୨୧ତମ କିସ୍ତିର ଅପେକ୍ଷା କରିଛନ୍ତି ଚାଷୀ । ପିଏମ୍ କିସାନ ଯୋଜନାର ୨୧ତମ କିସ୍ତି ଦୀପାବଳି ପୂର୍ବରୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ପିଏମ୍‌ କିସାନ ଯୋଜନାର ନିୟମ ଅନୁଯାୟୀ, କିସ୍ତିର ଟଙ୍କା ପ୍ରାୟ ପ୍ରତି ୪ ମାସର ବ୍ୟବଧାନରେ ମିଳିଥାଏ । ଏହି ହିସାବରେ ପରବର୍ତ୍ତୀ କିସ୍ତି ଅର୍ଥାତ୍ ୨୧ତମ କିସ୍ତିର ୪ ମାସର ସମୟ ନଭେମ୍ବରରେ ପୂରଣ ହେଉଛି । ଏଣୁ ଦୀପାବଳି ପୂର୍ବରୁ ମୋଦୀ ସରକାର ଟଙ୍କା ଦେବେ ବୋଲି ଆଶା ବାନ୍ଧିଛନ୍ତି ଦେଶର କୋଟିକୋଟି ଚାଷୀ । କିନ୍ତୁ ଏହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

ଅଧିକ ପଢନ୍ତୁ

Odisha Darpan Digital