ଆସନ୍ତାକାଲି ବିଶ୍ୱକର୍ମା ପୂଜା । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ । ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ । ଏହି ଦିନ ହିନ୍ଦୁ ଧର୍ମର ଲୋକମାନେ ନିଜର କାଯ୍ୟର୍ସ୍ଥଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିଶେଷ ପୂଜା-ଅର୍ଚ୍ଚନା କରିଥାନ୍ତି । ବିଶେଷ କରି ଏହି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ହୋଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଲୋକମାନେ ନିଜ କାରଖାନା, ଦୋକାନ, ମେସିନ୍, ଅଫିସ୍ ଓ ଗାଡି ପୂଜା କରିଥାନ୍ତି । ହିନ୍ଦୁ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହିଦିନ କାର୍ୟ୍ୟରତ ସମସ୍ତ ଶ୍ରମିକ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଶ୍ରମିକମାନେ ନିଜର ଯନ୍ତ୍ରପାତି ପୂଜା କରିଥାନ୍ତି । ଏହିଦିନ କେହି ବି ଶ୍ରମିକ କାମ କରି ନ ଥାନ୍ତି ।
