ଭିଜିଲାନ୍ସ ପଞ୍ଝାରେ ବ୍ଲକ୍ ଏଜୁକେସନ ଅଫିସ୍‌ର ୨ କର୍ମଚାରୀ

ଭିଜିଲାନ୍ସ ଜାଲରେ ଦୁଇ କର୍ମଚାରୀ । ସମ୍ବଲପୁର ରେଙ୍ଗାଲି ବ୍ଲକ୍ ଏଜୁକେସନ ଅଫିସରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଧରିଲା ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁଷ୍ମନ୍ତ ସାହୁକୁ ମାଡିବସିଛି ଭିଜିଲାନ୍ସ ।ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ଅଭିଯୋଗକାରୀଙ୍କ ଦରମା ଏବଂ ବକେୟା ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗାଯାଇଥିଲା। ଦୁଷ୍ମନ୍ତ କୁମାର ସାହୁ ଦରମା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୭ ହଜାର ଟଙ୍କା ଏବଂ ବକେୟା ମଞ୍ଜୁର ପାଇଁ ଅତିରିକ୍ତ ୧୮ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଟ୍ରାପ୍ ଅପରେସନ୍ କରିଥିଲେ। ତେବେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭/୧୨ ଅନ୍ତର୍ଗତ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୮/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଉକ୍ତ ମାମଲାରେ ତଦନ୍ତ ଚାଲିଛି।

ଅଧିକ ପଢନ୍ତୁ

Odisha Darpan Digital