ପାରାଦୀପ ବନ୍ଦରରେ ଜାହାଜ ଗିରଫ। ମେଣ୍ଟେନାନ୍ସ ଟଙ୍କା ବକେୟା ପାଇଁ ଗିରଫ ହେଲା ଏମ୍ଭି ଡେନସା ଲାୟନ ଜାହାଜ। ୪୨ ଲକ୍ଷ ୭୨ ହଜାରରୁ ଅଧିକ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଆଇରନ୍ ପ୍ଲେଟ୍ ନେବା ପାଇଁ ପାରାଦୀପ ଆସିଛି ଏମ୍ ଭି ଡେନସା ଲାୟନ । ବର୍ତ୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ ରୁ ଉର୍ଦ୍ଧ୍ୱ ଜାହାଜ ପାରାଦ୍ଵୀପ ବନ୍ଦରରେ ଗିରଫ ହୋଇ ସାରିଛନ୍ତି ।ଗିରଫ ହେବା ପରେ ହାଇକୋର୍ଟରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ଟି ଜାହାଜ ଟଙ୍କା ପୈଠ କରି ମୁକୁଳି ସାରିଛନ୍ତି । ପରବର୍ତ୍ତୀ ଶୁଣାଣି ଉପରେ ଏମ୍ଭି ଡେନସା ଲାୟନ ଜାହାଜର ଭାଗ୍ୟ ନିର୍ଭର କରୁଛି।
