
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପିଲାମାନେ ହିନ୍ଦୀ ଶିକ୍ଷକ ସୁଭାଶିଷ ସାହୁଙ୍କ ନିର୍ଦ୍ଦେଶନାରେ ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀ ବେନ ଯୋଶୀଙ୍କ ଜୀବନୀ ଆଧାରିତ ଏକ କ୍ଷୁଦ୍ର ହିନ୍ଦୀ ନାଟକ ପରିବେଷଣ କରିଥିଲେ। ସେହିପରି ହିନ୍ଦୀ ଭାଷା ସମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା ମଧ୍ୟରେ ଡିବେଟରେ ରାକେଶ ଦଳେଇ ପ୍ରଥମ,ନମିତା ପ୍ରଧାନ ଦ୍ଵିତୀୟ ଏବଂ ସମୀରନ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ହିନ୍ଦୀ କବିତା ପଠନରେ ଶିବାନୀ ଦଳବେହେରା ପ୍ରଥମ,ରାକେଶ ଦଳେଇ ଦ୍ଵିତୀୟ ଏବଂ ଶୁଭମ ଦଳେଇ ତୃତୀୟ,ସ୍ଲୋଗାନରେ ବର୍ଷାରାଣୀ ମୁଦୁଲି ପ୍ରଥମ,ରାକେଶ ଦଳେଇ ଦ୍ଵିତୀୟ,ନମିତା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରୀକାନ୍ତ ପ୍ରଧାନ ପ୍ରଥମ,ଜ୍ୟୋତ୍ସ୍ନାରାଣୀ ଜେନା ଦ୍ଵିତୀୟ ଏବଂ ଶୁଭମ ପରିଡ଼ା ତୃତୀୟ ସ୍ଥାନ ହାସଲ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ତମିଶ୍ରା ସେଠିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଜୟୀ ପ୍ରତିଯୋଗୀ ମାନେ ପୁରସ୍କାର ଗ୍ରହଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ପଦ୍ମଚରଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
