ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥିରେ ‘ଏକ ପେଡ଼ ମା’ କେ ନାମ’ ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଇଟାମାଟି ସ୍ଥିତ ବଂଶୀଧର ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ଫାଶୀ, ଅସନ, ଲିମ୍ବ, ଆମ୍ବ, ଅଁଳା, ଓ ବରକୋଳି ଆଦି ଚାଳିଶିଟି ଗଛ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଲଗାଇଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡ. ସୁକାନ୍ତି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଡ଼.ରଙ୍ଗନାଥ ବେହେରା, ଉମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଖଣ୍ଡା, ରାଜକିଶୋର ନାୟକ, ଲୋକନାଥ ସାଥୁଆ, ଷ୍ଟେଟ୍ ବ୍ୟାଙ୍କ୍ ମ୍ୟାନେଜର ଦିପେଶ ପ୍ରସାଦ, ପ୍ରଦୀପ୍ତ ସାହୁ, ଜଳନ୍ଧର ମାହାନ୍ତି, ଡାକ୍ତର ଦେଵୀଦତ୍ତ ମିଶ୍ର ଓ ଭାଗିରଥି ବାଇ ପ୍ରମୁଖ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital