ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ମର୍ସିଡିଜ୍ କାର୍

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମର୍ସିଡିଜ୍ କାର୍ । ଭୁବନେଶ୍ବର ପଟିଆ ରଘୁନାଥପୁର ରାସ୍ତା ଉପରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍‌ ହେଉଥିବା ଏକ ବାଇକ୍‌କୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ପିଟିହୋଇ ଓଲଟି ପଡିଲା କାର୍ ।ସୂଚନା ଅନୁଯାୟୀ, OD 09C 9999 ନମ୍ବର ବିଶିଷ୍ଟ ଏହି ବିଳାସପୂର୍ଣ୍ଣ କାରଟି ବାରଙ୍ଗ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ରାସ୍ତା ଡିଭାଇଡରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାର ତୀବ୍ରତା ଏତେ ତୀବ୍ର ଥିଲା ଯେ କାରର ଏୟାରବ୍ୟାଗ୍ ଫାଟି ଯାଇଥିଲା କିନ୍ତୁ ସୌଭାଗ୍ୟବଶତଃ ଏହା କୌଣସି ଯାନ କିମ୍ବା ଯାତ୍ରୀଙ୍କୁ ଧକ୍କା ଦେଇନଥିଲା ।ରଘୁନାଥପୁର ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ଡ୍ରାଇଭର ସମେତ ଲାଲ ରଙ୍ଗର ମର୍ସିଡିଜ୍ କାର ଭିତରେ ଦୁଇଜଣ ଥିଲେ । ଦୁର୍ଘଟଣା ପରେ ସେମାନେ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକେ ଏବଂ କିଛି ଯାତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଗାଡ଼ିରୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରୁଟରେ ସାମାନ୍ୟ ଟ୍ରାଫିକ୍ ଜାମ୍ତଥାପି, କେଉଁ ପରିସ୍ଥିତିରେ କାରଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ

Odisha Darpan Digital