ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ନୁଆ ନିୟମ । ନିଜ ବିଷୟ ବସ୍ତୁ ସହ ସ୍କୁଲରେ ହେବ ଭଗବତ ଗୀତା ପାଠ

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ନୁଆ ନିୟମ । ନିଜ ବିଷୟ ବସ୍ତୁ ସହ ସ୍କୁଲରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟରେ ଭଗବତ ଗୀତାର ଶ୍ଲୋକ ଗାନ କରିବେ ଛାତ୍ରଛାତ୍ରୀ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ ଭଗବତ ଗୀତାର ପଠନ ଓ ମହତ୍ତ୍ବର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର । ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୃହରେ ପୁଣି ବିଜେଡି ହଟ୍ଟଗୋଳ କରିଛି । ସରକାରଙ୍କ ବିରୋଧରେ, ସାର ପ୍ରସଙ୍ଗକୁ ନେଇ ନାରାବାଜି କରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ ବିଜେଡି ବିଧାୟକ । ଏନେଇ ବାଚସ୍ପତି ସୁରମାପାଢୀ ଆସନ୍ତାକାଲି ଦିନ ୧୦ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି । ସକାଳେ ମଧ୍ୟ ୪ ମିନିଟ ଚାଲିଥିଲା ଗୃହ କାର୍ଯ୍ୟ । ସ୍ୱାଭାବିକ ଭାବେ ଗୃହ ଚାଲିପାରିନଥିଲା । ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୪ ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital