ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି।ଏନେଇ ପ୍ରେସମିଟରେ ସୂଚନା ଦେଲେ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ । ଜିଲ୍ଲାପରିଷଦ ଅଧ୍ୟକ୍ଷ , ବ୍ଲକ ଅଧ୍ୟକ୍ଷ , ସରପଞ୍ଚ, ୱାର୍ଡମେମ୍ବର ସାମିଲ ହେବେ ।ସାମ୍ବାଦିକ ସମ୍ମିଳନୀରେ ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି।ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗାଁରେ ରହୁଥିବା ଲୋକଙ୍କ ଅଧିକାରକୁ ଚଳିତ ସରକାର ଧ୍ୱସ୍ତ କରୁଛନ୍ତି। ବିଧି ବ୍ୟବସ୍ଥାକୁ ହନନ କରୁଛନ୍ତି। ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି ସେଥିରେ ଉଚ୍ଚାରଣ ଆଚରଣ ଅଲଗା। ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି।ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ପଂଚାୟତକୁ ୫୦ ଲକ୍ଷ ଯାଉଥିଲା ‘ଆମ ଓଡ଼ିଶା ନବିନ ଓଡ଼ିଶାରେ’। ଏବେ ବିକଶିତ ଓଡ଼ିଶାରେ ୭ରୁ ୮ଲକ୍ଷ ଦିଆଯାଉଛି। କିନ୍ତୁ କାମ ହେଉ ନାହିଁ। ଏତେ ତଳସ୍ତରକୁ ସରକାର ଚାଲିଗଲା ଯେ, କାମ ସବୁ ଏବେ ଠପ। ବିଡ଼ିଓମାନେ ଏବେ ଅଣନିଶ୍ୱାସୀ। ୨୩ ତାରିଖରେ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷମାନେ ଗଣତନ୍ତ୍ରକୁ ରକ୍ଷା ପାଇଁ ବିଧାନସଭା ଘେରାଉ କରିବେ।
