ରାଜଧାନୀରେ ଚୋରକୁ ଧରିବ Google ମ୍ୟାପ୍

ରାଜଧାନୀରେ ଚୋରକୁ ଧରିବ Google ମାପ । ଗୁଗଲ ମାପିଂ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରିବ ଗୁଗଲ ମାପିଙ୍ଗ ।କ୍ରାଇମ ହଟ ସ୍ପଟ ଉପରେ ରହିବ ନଜର। ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ଗତକାଲି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଗୁଲ ମ୍ୟାପିଂ ପାଇଁ ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ କମିଶନରେଟ ପୋଲିସ। ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ, ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ। ।

ଜେଲ ଫେରନ୍ତା ଅପରାଧିଙ୍କୁ ନଜର ରଖାଯାଉଛି । ପ୍ରତି ଅପରାଧିଙ୍କୁ ମନିଟରିଂ କରୁଛନ୍ତି ଡିସିପି । ସୂଚନା ଦେଲେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।ଗୁଗୁଲ ଆପ୍ଲିକେସନ ଜରିଆରେ କ୍ରାଇମ ମ୍ୟାପିଂ ଟେକନିକ ଆପଣାଇବ ପୋଲିସ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ପୋଲିସ ଖୁବଶୀଘ୍ର ସହାୟତା ନେବ ।

ଅଧିକ ପଢନ୍ତୁ