ରାୟଗଡ଼ ତା ୨୪/୦୯ – ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଧନ୍ଦାମୂଳକ ଶିକ୍ଷକ ମାନେ ଆଜି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକଙ୍କୁ ନିଜର ବିଭିନ୍ନ ସମସ୍ୟା ଓ ଦାବୀ ନେଇ ଏକ ସ୍ମାରକ ପତ୍ର ଦେଇଥିଲେ । ସୂଚନା ଥାଉ କି ଯେ ଗତକାଲି ଏହି ବର୍ଗର ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଘଟଣାକୁ ଦର୍ଶାଇ କହିଛନ୍ତି ଯେ ୪ ମାସ ହେଲା ଦରମା ମିଳିନଥିବାରୁ ବେଳେ ଉକ୍ତ ଶିକ୍ଷକ ଜଣକ ଅନ୍ୟ କିଛି ପନ୍ଥା ନପାଇ ଆତ୍ମହତ୍ୟା କରିଛନ୍ତି। ଯାହାକି ଅତ୍ୟନ୍ତ ଦୁଃଖଦାୟକ। ଏହା ସହ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବରେ, ଆପଣଙ୍କ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନ ଏହି ଅବସ୍ଥା ସମାଧାନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଦ୍ଧା ଆମେ ଆପଣଙ୍କଠାରେ ଅନୁରୋଧ କରୁଛୁ କି ଯେ, ଜିଲ୍ଲାର ସମସ୍ତ ଭି ଟି ପି ମାନଙ୍କୁ ତାଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଧନ୍ଦାମୂଳକ ଶିକ୍ଷକଙ୍କର ସମସ୍ତ ବକେୟା ବେତନ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହାସହ ଯେଉଁ ସମସ୍ତ ଭି ଟି ପି ଗୁଡିକ ନିୟମିତ ଭାବରେ ବେତନ ଦେଉନାହାନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା, ଯାହାଙ୍କ ମଧ୍ୟରେ ଚୁକ୍ତି ବାତିଲ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ବ୍ୟବସ୍ଥା କରନ୍ତୁ । ନୋଚେତ ଆଗାମୀ ଦିନରେ ଏହି ଦାବି ଗୁଡ଼ିକର ସମସ୍ୟା ସମାଧାନ ନହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏହି ଦାବୀପତ୍ର ଦେବା ସମୟରେ ଜିଲ୍ଲା ଧନ୍ଦାମୂଳକ ଶିକ୍ଷକ କଲ୍ୟାଣ ସଂଘର ଜିଲ୍ଲା ସଭାପତି ପ୍ରଭାତ ତ୍ରିପାଠୀ, ସମ୍ପାଦକ ଅନିଲ କୁମାର ରଣା ସହ ପ୍ରାୟ ଜିଲ୍ଲାର ସମସ୍ତ ଧନ୍ଦାମୂଳକ ଶିକ୍ଷକ ଉପସ୍ଥିତ ଥିଲେ।
