ସବୁ ହାଣ୍ଡିଆ ପିଇଦେଲା ସ୍ତ୍ରୀ, ରାଗରେ ପିଟିପିଟି ମାରିଦେଲା ସ୍ୱାମୀ

ସାମାନ୍ୟ ହାଣ୍ଡିଆ ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ । ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ । ଗୁରୁପ୍ରସାଦ କାମକୁ ଯାଇ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇଵାକୁ ଖୋଜିଥିଲେ।ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶାସକ୍ତ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଘରେ ପଡ଼ିଥିବା କାଠ ଫାଳିଆରେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କରିଥିଲା ସ୍ୱାମୀ ।ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଛୋଟ ପିଲାଙ୍କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା ଗୁରୁପ୍ରସାଦ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ଉଦଳା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି। ଏହା ସହ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।

ଅଧିକ ପଢନ୍ତୁ

Odisha Darpan Digital