ମାହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜଗତଜନନୀ ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ । ନବରାତ୍ରୀର ନବମ ଦିବସରେ ମାଆ ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି । ସମସ୍ତଙ୍କୁ ଅନନ୍ୟ, କୃପା ଓ ଦୟାରେ ଭରିଦେଉ ବୋଲି କହିଛନ୍ତି ମୋହନ। ଅନ୍ୟପଟେ ଶାରଦୀୟ ଦୁର୍ଗାପୂଜା ଅବସରରେ ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ନବୀନ କହିଛନ୍ତି ଯେ, ‘ପବିତ୍ର ଦୁର୍ଗା ପୂଜା ଏବଂ ଦଶହରା ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଅସତ୍ୟ ଉପରେ ସତ୍ୟ ବିଜୟ ହେଉଛି ଦଶହରାର ବାର୍ତ୍ତା। ଏହି ପବିତ୍ର ଅବସର ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା’ଙ୍କ ଆର୍ଶୀବାଦ କାମନା କରିଛନ୍ତି ।