SI ପରୀକ୍ଷା ସ୍କାମ: ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି

ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିଜେପି ସହିତ ଜଡିତ ବୋଲି ବିଜୁ ଜନତା ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କରିଛି । ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା ପ୍ରକ୍ରିୟାରେ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ପେପର୍‌ ଲିକ ସମ୍ପର୍କିତ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ଶେଷ ୧୫ ମାସ ଭିତରେ ୧୬ ଥର ପେପର୍‌ ଲିକ ଘଟଣା ଘଟିଛି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଛି।। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଛାତ୍ର ସଭାନେତ୍ରୀ ଶ୍ରୀମତୀ ଇପ୍ସିତା ସାହୁ ଓ ଦଳର ମୁଖପାତ୍ର ଶ୍ରୀ ତୁମ୍ୱନାଥ ପଣ୍ଡା, ଏହି ଘଟଣାରେ ରାଜ୍ୟ ସରକାରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇ ଥିଲେ ।ରାଜ୍ୟରେ ଚାକିରି ବିକ୍ରି ଚାଲିଥିବାରୁ ମେଧାବୀଙ୍କ ମନରେ ଆଶଙ୍କା ବଢ଼ିଥିବା କହିଛି କଂଗ୍ରେସ । ରାଜ୍ୟରେ ଟଙ୍କା ଦିଅ ଚାକିରୀ ନିଅ ବ୍ୟବସ୍ଥାରେ କେବେ ପୂର୍ଣଛେଦ ପଡ଼ିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅନ୍ୟପଟେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ୨ଜଣଙ୍କୁ ଜେରା କରାଯାଉଛି , ଏହାସହ ଚାଲିଛି ଲମ୍ବା ତାଲିକା ପ୍ରସ୍ତୁତ । ଦୁଇ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ , ଆଗକୁ ମିଳିପାରେ ଆଉ କିଛି ଲିଙ୍କ୍‌ । କ୍ରାଇମବ୍ରାଞ୍ଚ ସ୍କାନରରେ ଏକାଧିକ ଦଲାଲ ରହିଛନ୍ତି । ସେପଟେ ବ୍ରହ୍ମପୁର ଜେଲରେ ଗିରଫ ଆଶାୟୀଙ୍କ ପରିବାର ଲୋକଙ୍କ ଭିଡ଼ । ଜେଲରେ ପୁଅ, ଝିଅକୁ ଭେଟିବାକୁ ଆସିଛନ୍ତି ପରିବାର ଲୋକ ।

ଅଧିକ ପଢନ୍ତୁ

Odisha Darpan Digital