କର୍ଣ୍ଣାଟକରୁ ଓଡ଼ିଶା ସହ ୪ରାଜ୍ୟକୁ ଆସିଥିଲା ଏହି କଫ ସିରଫ। ବରଗଡ଼ ଜିଲ୍ଲାକୁ ୧୩୦ଟି କଫ ସିରଫ ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠାଯାଇଛି । କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ ।ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତାମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇନାହିଁ । ଡାକ୍ତରଙ୍କ ପରାମର୍ଶ ନେଇ ଦେଇପାରିବେ । ବରଗଡ଼କୁ ଆସିଥିବା ୧୩୦ କଫ୍ ସିରପ୍ ଜବତ ପରେ ରାଜ୍ୟର ସମସ୍ତ ଡ୍ରଗିଷ୍ଟ, କେମିଷ୍ଟ ଆସୋସିଏସନ ଓ ରିଟେଲରଙ୍କୁ ଚେତବନୀ ଦେବା ସହ ସର୍କୁଲାର ଜାରି କରାଯାଇଛି । ଲୋକଲ ମ୍ୟାନୁଫେକଚର କମ୍ପାନୀଙ୍କ ସହ ବୈଠକ କରାଯାଇଛି । ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି ।ଏହାସହ ଟାକ୍ସ ଫୋର୍ସ ସହାୟତାରେ ଚଢାଉ ଜାରି ରହିଛି । ଆଗକୁ ରହିବ ବୋଲି ଭେଷଜ ନିୟନ୍ତ୍ରକ କହିଛନ୍ତି ।
