ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା

ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା । ୯ତାରିଖରେ ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳତା ଲୋକଙ୍କ ସାମ୍ନାକୁ ଆଣିବ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପଟେ ନୂଆପଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତିା କହିଛନ୍ତି, ୪୦ରୁ ୫୦ ହଜାର ଭୋଟରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ଜିତିବେ । ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ସଭାପତି ଘୋଷଣା କରିବେ ।ନୂଆପଡାବାସୀ ଅନୁଭବ କରିଛନ୍ତି, ନୂଆପଡାର ବିକାଶ କେବଳ ବିଜେଡି ସରକାର କରିଛନ୍ତି। ଲୋକମାନେ ପୁଣି ବହୁ ଭୋଟରେ ବିଜେଡିକୁ ଜିତାଇବେ। ସରକାର ଯେତେବେଳେ ଭଲକାମ କରନ୍ତି, ଉପନିର୍ବାଚନ ସରକାରି ଦଳ ସପକ୍ଷରେ ଯାଏ। ଏମାନେ କିଛି ଭଲ କାମ କରି ନାହାନ୍ତି।

ଅଧିକ ପଢନ୍ତୁ

Odisha Darpan Digital