ଢୋଲକିଆଙ୍କ ପରିବାର ସପକ୍ଷରେ ବିଜେଡି- ଦେବୀ ମିଶ୍ର

ନୂଆପଡା ଉପନିର୍ବାଚନ ନେଇ ବିଜେଡିର କସରତ । ପ୍ରାର୍ଥିତ୍ୱ ନେଇ ସଂକେତ ଦେଲେ ବରିଷ୍ଠ ନେତା ଦେବୀ ମିଶ୍ର । କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱରେ ପାରଙ୍ଗମ ଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରକୁ ଟିକେଟ ଦେବାକୁ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ।ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିଥିଲେ । ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି । ଗୁରୁବାର ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ । ଲୋକଙ୍କ ପାଖକୁ ଦଳ ଯିବ ବୋଲି ଦେବୀ ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ ଯେ, ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ ତାରିଖରେ ଫଳାଫଳ ବାହାରିବ ।

ଅଧିକ ପଢନ୍ତୁ

Odisha Darpan Digital