ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା,୪୮ଘଣ୍ଟା ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବାର ଆସୋସିଏସନ

ରାୟଗଡା,୦୮/୧୦ : ବ୍ରହ୍ମପୁର ର ବରିଷ୍ଠ ତଥା ଜଣାଶୁଣା ଆଇନଜୀବୀ ଓ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାରେ ପ୍ରତିବାଦ କରି ଆଜି ରାୟଗଡା ବାର ଆସୋସିଏସନର ସଭ୍ୟମାନେ ସଂପୂର୍ଣ କଲମ ଛାଡ କରିବା ସହ ୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ନିଜ ଦାବିରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତିଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ,୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ମୃତ ଆଇନଜୀବୀଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତି ପୁରଣ ଓ ଆଇନଜୀବୀଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ତୁରନ୍ତ ଲାଗୁ କରିବା ପାଇଁ ଉଲ୍ଲେଖ କରିଛନ୍ତି ।

ଆଜି ଦାବିପତ୍ର ପ୍ରଦାନବେଳେ ସମ୍ପାଦକ ମଙ୍ଗଳମୂର୍ତ୍ତି ବେଉରିଆ,ଯୁଗ୍ମ ସମ୍ପାଦକ ଶଙ୍କର ଦୋରା,କୋଷାଧ୍ୟକ୍ଷ ମୋହନ ନାୟକ, ପୂର୍ବତନ ସଭାପତି ପଦ୍ମନାଭ ଦାଶ, ବିଶ୍ବନାଥ ଗନ୍ତାୟତ,ରଜତ ରଞନ ଖଟୁଆ,ପ୍ରଦୀପ କୁମାର ଦାଶ, କୃଷ୍ନ ପ୍ରସାଦ ପାଢ଼ୀ,ଅରୁଣ କୁମାର ଲେଙ୍କା, ନବ କାଣ୍ଟା,ବିରଜା ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଆଜି ଓକିଲ ସଂଘର କର୍ମକର୍ତ୍ତା ମାନେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତି ଏସ କୁମାରଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ଘଟଣାକୁ ନେଇ କାଶୀପୁର ବାର୍ ଆସୋସିଏସନ୍ ତରଫରୁ ମଧ୍ୟ ଏକ ଶୋକ ସଭା କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କାଶୀପୁର ବାର ଆସୋସିଏସନର ସଭାପତି କହ୍ନେଇଲାଲ ଜୈନ । ଏହି ଶୋକ ସଭାରେ ପ୍ରମୋଦ ନାୟକ, ଉପେନ୍ଦ୍ର ମାଝୀ ଅମିତ ନାୟକ, ଅଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ବ୍ୟାପି ଦିନିକିଆ କଲମଛାଡ ଆନ୍ଦୋଳନକୁ ସମର୍ଥନ କରିବା ସହ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital