ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଖସିପଡ଼ି ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଗଲେ। ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ସତର୍କତା ଏବଂ ତୁରନ୍ତ ପଦକ୍ଷେପ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି । ରାତି ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।ସୂଚନା ଅନୁଯାୟୀ, ଜାନକୀ ରାଉତ ନାମକ ମହିଳା ଖଡ଼ଗପୁରରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଟ୍ରେନ ଚାଲିବା ଆରମ୍ଭ କରିବା ସହିତ ସେ ଦୌଡ଼ି ଯାଇ ଚଢ଼ିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଖସିପଡ଼ି ପ୍ଲାଟଫର୍ମ କଡ଼କୁ ପଡ଼ିଯାଇଥିଲେ।
ଘଟଣାଟ ଦେଖି ଆରପିଏଫ ସହାୟକ ଉପ-ନିରୀକ୍ଷକ (ଏଏସଆଇ) ମାନସ ମାଣିକ ତୁରନ୍ତ ଦୌଡ଼ି ଯାଇ ମହିଳାଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ। ଯାହା ଫଳରେ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ।ଅପରପକ୍ଷରେ ରେଳ କର୍ତ୍ତୃପକ୍ଷ ଆରପିଏଫ ଅଧିକାରୀଙ୍କ ସତର୍କତା, ସାହସ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ପାଇଁ ପ୍ରଶଂସା କରିଛନ୍ତି।