ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ

ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀଙ୍କୁ ନବୀନ ନିବାସରୁ ଡାକରା ଆସିଛି । ଏମାନେ ସିଧାସଳଖ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ବୁଧବାର ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ନବୀନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେଡି । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂ ମାଝୀ ।ସେପଟେ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ । ନିଜେ ପିସିସି ସଭାପତି ନୂଆପଡ଼ାରେ ଡେରା ପକାଇବା ସହ ବିଭିନ୍ନ ଦଳର ନେତାଙ୍କୁ ଦଳରେ ସାମିଲ କରିବାରେ ଲାଗିଛି କଂଗ୍ରେସ ।

ତେବେ ଆଜି ମାନଙ୍କନ ପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୌଣସି ପ୍ରାର୍ଥୀ ଏଯାଏଁ ନାମାଙ୍କନ କରିନଥିବା ବେଳେ ନୂଆପଡାରେ ବଢ଼ିଲାଣି ଉପ ନିର୍ବାଚନ ତାତି ।

ଅଧିକ ପଢନ୍ତୁ

Odisha Darpan Digital