
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ କନିଷ୍ଠ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଓପନ ଚେସ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ଅଲ ଓଡ଼ିଶା ଚେସ ଆସୋସିଏସନ ସମ୍ପାଦକ ଦେବବ୍ରତ ଭଟ୍ଟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରତିଯୋଗୀମାନେ ୨ଶହ ଟଙ୍କା ପ୍ରବେଶିକା ଶୁଳ୍କ ଦେଇ ପଞ୍ଜିକରଣ କରିବେ। ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇଁ ପ୍ରତିଯୋଗୀମାନେ ସଭାପତି ଭାଗିରଥି ଦାସଙ୍କ ମୋବାଇଲ ନଂ-୮୯୦୮୮୮୦୮୮୯ କିମ୍ବା ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କୁ ୯୪୩୭୭୫୩୯୩୯ରେ ଯୋଗାଯୋଗ କରି ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।