ଶେଷ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବା କରିବି: ନବୀନ ପଟ୍ଟନାୟକ

ଏସଓଏସ୍ ଭିଲେଜରେ କୁନି କୁନିଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେମାନଙ୍କ ସହିତ ସମୟ ବିତାଇବା ସହ ପିଲାଙ୍କୁ ଚକୋଲେଟ, ମିଠା ବାଣ୍ଟିଥିଲେ। ପିଲାମାନଙ୍କୁ ନିଜ ଜନ୍ମଦିନ ଅବସରରେ ଉପହାର ମଧ୍ୟ ଦେଇଥିଲେ ନବୀନ । ନିଜ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ନବୀନ କହିଛନ୍ତି ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ। ମୁଁ ସବୁବେଳେ ଆପଣଙ୍କ ସହ ରହିଛି, ରହିବି। ଶେଷ ପର୍ୟ୍ୟନ୍ତ ଓଡ଼ିଶା ମା’ର ସେବା କରିବି। ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ ଏହା କହିଛନ୍ତି ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦୀର୍ଘ ଦିନ ପରେ ନବୀନଙ୍କୁ ପାଖରେ ପାଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ନବୀନଙ୍କୁ ସ୍ୱାଗତ କରିବାକୁ ବସ୍ତିର ପ୍ରତି ଘର ଆଗରେ ଶୁଭ କଳସ ବସିଥିଲା। ଝୋଟି ବି ହୋଇଥିଲା। ମହିଳାମାନେ ଥାଳିରେ ଫୁଲ ଧରି ନବୀନଙ୍କ ବାଟକୁ ଅପେକ୍ଷା କରିଥିଲେ। ନବୀନ ବସ୍ତି ରାସ୍ତାରେ ଚାଲି ଚାଲି ଯିବାବେଳେ ଫୁଲରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ଖଣ୍ଡ ମଣ୍ଡଳ କମ୍ପିଥିଲା ।

ଅଧିକ ପଢନ୍ତୁ

Odisha Darpan Digital